ବଜ୍ରପାତରେ ଯୁବକ ମୃତ, ଦୁଇ ଗୁରୁତର 

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ବ୍ରାହ୍ମଣୀପାଲି ପଂଚାୟତ ପିଙ୍ଗିଲାବେଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ କରୁଣା ମହାକୁଡ଼ (୩୦)। ଗୁରୁତର ବ୍ୟକ୍ତିମାନେ ହେଲେ ବାପୁନ ସାହୁ ଓ ସୁମନ୍ତ ସାହୁ।

ଘଟଣାରୁ ପ୍ରକାଶ ଯେ ମୁଣ୍ଡିପଦର ପଂଚାୟତ ବଳାକିରା ଗ୍ରାମର କରୁଣା ମହାକୁଡ଼, ବାପୁନ ସାହୁ ତାଙ୍କ ସହ ବ୍ରାହ୍ମଣୀପାଲି ପଂଚାୟତ ଜଡ଼ାପାଳ ଗ୍ରାମର ସୁମନ୍ତ ସାହୁ ମିଶି ପିଙ୍ଗିଲାବେଡ଼ା ଗ୍ରାମରେ ଚାଷ ଜମିରେ ସାର ବୁଣି ଫେରୁଥିବା ବେଳେ ପ୍ରବଳ ବର୍ଷା ଆସିଥିଲା। ବର୍ଷାରେ ରକ୍ଷା ପାଇବା ପାଇଁ ଏହି ତିନି ଜଣ ଏକ ମହୁଲ ଗଛ ତଳେ ଆଶ୍ରୟ ନେଇଥିଲେ। ଏଥିରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ବଲାକିରା ଗ୍ରାମର କରୁଣା ମହାକୁଡ଼ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ସୁମନ୍ତ ସାହୁ ପୋଡ଼ି ଯାଇଥିବା ବେଳେ ବାପୁନ ସାହୁ ଗୁରୁତର ଆହତ ହୋଇଥଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଇକ ଯୋଗେ ବୌଦ୍ଧ ଡାକ୍ତରଖାନା ଆଣିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣା ପଡିଛି। କରୁଣା ଏକ ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe