ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଜଣେ ମୃତ

କଟକ ଭାୟା ଜଗତସିଂହପୁର ଦେଇ ଗାରିଆ ଆସୁଥିବା ଚକାଡୋଳା ନାମକ ଏକ ଯାତ୍ରୀବାହୀ ବସ୍ ଓଡ଼ି ୦୫ ବିୱାଇ ୦୬୯୫ କୁଅଁରବେଦୀ ଛକ ନିକଟରେ ବୁଧବାର ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା...

One dead in passenger bus accident

One dead in passenger bus accident Photograph: (sambad.in)

ଏରସମା:  କଟକ ଭାୟା ଜଗତସିଂହପୁର ଦେଇ ଗାରିଆ ଆସୁଥିବା ଚକାଡୋଳା ନାମକ ଏକ ଯାତ୍ରୀବାହୀ ବସ୍ ଓଡ଼ି ୦୫ ବିୱାଇ ୦୬୯୫ କୁଅଁରବେଦୀ ଛକ ନିକଟରେ ବୁଧବାର ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ  ବିଶ୍ଵନାଥପୁର (ବାଙ୍କ ସାହାଡ଼ା) ଗ୍ରାମର ୬୨ ବର୍ଷିୟ ଗୌରାଙ୍ଗ ମହାନ୍ତି ମୃତ୍ୟୁବରଣ କରିଥିବା ବେଳେ

ବସ୍‌ଟି ରହଣି ସ୍ଥାନକୁ ନଯାଇ ଘଟଣା ସ୍ଥଳରୁ ପଛକୁ ଫେରିଯାଇ ବାଲିକୁଦା ଥାନାରେ ଆତ୍ମ ସମର୍ପଣ କରିଥିଲା।

ଯାହାକୁ ନେଇ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ କୁଅଁରବେଦୀ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଯୋଗୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଏରସମା ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ତଦନ୍ତ ଚଳାଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ବାଲିକୁଦା ଏରସମା ବିଧାୟକ ପହଞ୍ଚିଥିଲେ ।

ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ସହ ଅନ୍ୟାନ୍ୟ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ପରେ ଥାନା ପକ୍ଷରୁ ୨୪୦/୨୫ରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ କୁଜଙ୍ଗ ପଠାଯାଇଥିବା ଥାନା ଅଧିକାରୀ ପ୍ରେମଜିତି ଦାସ ସୂଚନା ଦେଇଛନ୍ତି ।

Jagatsinghpur | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe