ସ୍କୁଟି ଦୁର୍ଘଟଣା, ଚାଳକ ମୃତ

ସ୍କୁଟି ଦୁର୍ଘଟଣା, ଚାଳକ ମୃତ

ଜମନକିରା/ଫାଶୀମାଲ୍ : ଗରିଆବାହାଲରୁ ଗରିଆଘାଟ ବ୍ରିଜ ଯିବା ରାସ୍ତା ବୁଲାଣିରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୁଟି ଚାଳକ କଂସର ଗ୍ରାମର ମିଥୁନ ସମର୍ଥା (୧୮)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ନକଟିପାଲି ଗ୍ରାମର ଅକ୍ଷୟ ଧୁରୁଆ(୩୨) ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଫାଶୀମାଲ୍ ଡାକ୍ତରଖାନା ନିଆଯାଇ ଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ ମିଥୁନ ଓ ଅକ୍ଷୟ ଗରିଆଘାଟକୁ ସ୍କୁଟି (ଓଡି-୧୫ଜି-୧୨୯୪) ଯୋଗେ ଗାଧୋଇବାକୁ ଯାଉଥିଲେ। ଗରିଆବାହାଲ୍‌ଠାରୁ ଅଧ କିଲୋମିଟର ରାସ୍ତା ବାମ ପାର୍ଶ୍ବ ଏକ ବୁଲାଣିରେ ଭାରସାମ୍ୟ ହରାଇବାରୁ ସ୍କୁଟି ବରଗଛରେ ବାଡେଇ ହୋଇଥିଲା। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ଅନୁଧ୍ୟାନ ସହ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଜବତ କରିଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି। ପ୍ରକାଶଥାଉ କି ଉଭୟେ ଗରିଆବାହାଲ ଗ୍ରାମରେ ନିରଂଜନ ସମର୍ଥାଙ୍କ ଝିଅ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe