ଟାଟା ଷ୍ଟିଲ୍‌ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ

Advertisment
ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ପ୍ରେମୀ ଯୁଗଳ

new indian express

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଘଟିଥିବା ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୁମ୍ବାଇର ନ୍ୟାସନାଲ ବର୍ଣ୍ଣସ୍‌ ସେଣ୍ଟର୍‌ରେ ଚିକିତ୍ସାଧୀନ ବିହାର ମଧୁବନୀ ଜିଲ୍ଲାର ଶ୍ରବଣ କୁମାର ପଣ୍ଡିତ (୩୪) ଶନିବାର ଦିନ ଆଖି ବୁଜିଛନ୍ତି। କମ୍ପାନି ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି, ସେ ଟାଟା ଷ୍ଟିଲ୍‌ ଟେକ୍ନିକାଲ ସର୍ଭିସ୍ ଲିମିଟେଡ୍‌ର ଜଣେ କର୍ମଚାରୀ ଭାବେ ପ୍ଲାଣ୍ଟ୍‌ର ବିଏଫ୍‌ପିପି-୨ରେ ସହାୟକ (ବୈଷୟିକ-୧) ଭାବେ କାର୍ଯ୍ୟ କରୁଥିଲେ। କମ୍ପାନି ନିୟମ ଅନୁସାରେ ସ୍ବର୍ଗତ ପଣ୍ଡିତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

ତେବେ ଦୁର୍ଘଟଣାରେ ଆହତ କର୍ମଚାରୀଙ୍କ ମଧ୍ୟରୁ ୩ଜଣଙ୍କୁ କଟକରୁ ଏୟାରଲିଫ୍ଟ କରି ମୁମ୍ବାଇର ନ୍ୟାସନାଲ ବର୍ଣ୍ଣସ୍‌ ସେଣ୍ଟର୍‌ରେ ଚିକିତ୍ସା କରାଯାଉଛି। ସେହିଭଳି ଅନ୍ୟ ୧୦ ଜଣ କର୍ମଚାରୀ ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୩ଜଣ ଏବେ ବି କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୨ଜଣ କର୍ମଚାରୀ ଆରୋଗ୍ୟଲାଭ କରି ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ପ୍ଲାଣ୍ଟ ପରିସରରେ ବିସ୍ଫୋରଣ ଘଟି ୧୯ଜଣ କର୍ମଚାରୀ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe