ଛୋଳି ଚୋରର ଛୁରି ମାଡ଼ରେ ଜଣେ ମୃତ

Advertisment
ସାଙ୍ଗକୁ ଛୁରି ଭୁସିଲା ସାଙ୍ଗ, ବାହାରି ପଡ଼ିଲା ଅନ୍ତବୁଜୁଳା

The Financial Express

ସମ୍ବଲପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଧୀନ ସାଗରପାଲି ଗ୍ରାମରେ ସାମାନ୍ୟ ଛେଳିକୁ ନେଇ ହତ୍ୟାକାଣ୍ଡ ଘଟିଛି। ୩ ଦିନ ତଳେ ସାଗରପାଲି ଗ୍ରାମର କମଳାକାନ୍ତ ଗୁରୁ (୫୦)ଙ୍କ ଘରକୁ ଜଣେ ଦୁର୍ବୃତ୍ତ ଛେଳି ଚୋରି କରିବାକୁ ଆସିଥିଲା। ଛେଳି ଚୋରି କରୁଥିବା ବେଳେ କମଳାକାନ୍ତ ଚୋରକୁ ଦେଖିଦେଇଥିଲେ। ତାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚୋରଟି କମଳାକାନ୍ତଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏଥିରେ କମଳାକାନ୍ତଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ତାଙ୍କୁ ତୁରନ୍ତ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଦେଖାଇବା ପରେ ବୁର୍ଲା ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସୋନପୁର ପୁଲିସ ଅଭିଯୁକ୍ତ ସୁରାଟ କୁମ୍ଭାରକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe