ଯଖପୁରା : ଟ୍ରେନ୍‌ ଧକ୍କାରେ ଜଣେ ମୃତ

ଯଖପୁରା : ଟ୍ରେନ୍‌ ଧକ୍କାରେ ଜଣେ ମୃତ

DNA India

ଯଖପୁରା : ଯଖପୁରା ଥାନା ଅନ୍ତର୍ଗତ ଯଖପୁରା ରେଳ ଷ୍ଟେସନ ଓ ଯାଜପୁରରୋଡ‌ ରେଳ ଷ୍ଟେସନ ମଧ୍ୟରେ ଥିବା ତିନି ପୋଖରୀଆ ଫାଟକ ନିକଟରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତି ଯଖପୁରା ଥାନା ଅନ୍ତର୍ଗତ ଯଖପୁରା ଦଶମାଣିଆ ଗ୍ରାମର ଆନନ୍ଦ ପାତ୍ର(୫୮)।

ବୁଧବାର ଅପରାହ୍ଣ ସାଢ଼େ ପାଞ୍ଚଟା ବେଳେ ଆନନ୍ଦଙ୍କର ଏହି ଫାଟକ ନିକଟରେ କୌଣସି ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଥିଲା। ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରେ କେହି ପଡ଼ୋଶୀ ଲୋକ ଆନନ୍ଦଙ୍କ ମୃତଦେହକୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe