ତପ୍ତପାଣି ଘାଟି ଜାକରାପଲ୍ଲୀ ଛକ ନିକଟରେ ଓଲଟିଲା ଟ୍ରକ, ହେଲପର ମୃତ

Advertisment
ତପ୍ତପାଣି ଘାଟି ଜାକରାପଲ୍ଲୀ ଛକ ନିକଟରେ ଓଲଟିଲା ଟ୍ରକ, ହେଲପର ମୃତ

ଗଞ୍ଜାମ : ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟି ଜାକରାପଲ୍ଲୀ ଛକ ନିକଟରେ ପୁଣି ଟ୍ରକ୍‌ ଦୁର୍ଘଟଣା ଘଟିଛି । ଏକ ମକା ବୋଝେଇ ଟ୍ରକ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଟ୍ରକ (ନଂ ଡବ୍ଳୁବି ୩୩ ଏ୪୦୫୬) ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଜାକରାପଲ୍ଲୀ ଛକ ନିକଟରେ ଗାଡିର ଆଗଚକା ଫାଟିଯିବା କାରଣରୁ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଟ୍ରକ ହେଲପରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପାଟପୁର ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଗତ ଦୁଇଦିନ ମଧ୍ୟରେ ଏହି ଅଞ୍ଚଳରେ ଦୁଇଟି ଟ୍ରକ୍‌ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଥିଲେ। ଜାନୁୟାରୀ ମାସରୁ ଆଜି ପର୍ଯ୍ୟନ୍ତ ଏଠାରେ ୧୦ଟି ଦୁର୍ଘଟଣା ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe