ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ଜଣେ ଗରୁତର

Advertisment
ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ଜଣେ ଗରୁତର

ରଗଡ଼ି : ଜେନେରେଟର ଧୂଅାଁରେ ଶ୍ୱାସରୁଦ୍ଧ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

କୋରେଇ ଥାନା ଅନ୍ତର୍ଗତ ପଚ୍ଛିକୋଟ ଗ୍ରାମରେ ପେଟ୍ରୋଲିୟମ ସନ୍ଧାନ ନିମନ୍ତେ ଏକ ଟିମ୍‌ ୨/୩ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଖୋଳାଖୋଳି କରୁଛନ୍ତି । ଖୋଳାଖୋଳି କରୁଥିବା ସଂସ୍ଥାର ଦୁଇଜଣ ଠିକା କର୍ମଚାରୀ ପଚ୍ଛିକୋଟ ଗଡ଼ ନିକଟରେ ଥିବା ଏକ କ୍ଲବ ଘରେ ଗତ ରାତିରେ ଜେନେରେଟର ଚାଲୁ କରି ଏକ ବ୍ୟାଟ୍ରି ଚାର୍ଜ କରୁଥିଲେ ।

କବାଟ ଝରକା ବନ୍ଦକରି ଶୋଇଥିବା ଏହି ଦୁଇ କର୍ମଚାରୀ ଉଠିବାରେ ବିଳମ୍ବ ହେବାରୁ ଅନ୍ୟ ସହକର୍ମୀ କବାଟ ଖୋଲିଥିଲେ। ଉଭୟଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟ ବ୍ୟକ୍ତିଙ୍କ ଘର ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ମୃତକଙ୍କ ନାମ କେ. ସୁରେଶ ଓ ଆହତଙ୍କ ନାମ କେ. ବୀର ବାବୁ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe