ଜମିରେ ଚାଷ କାମ କରୁଥିବା ବେଳେ ଅଘଟଣ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

Advertisment
ବଜ୍ରପାତରେ ଦୁଇ ମୃତ, ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ଣରେ ପଶ୍ଚିମା ଝଡ଼ ପ୍ରଭାବରେ ଝଡ଼ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଷ ଜମିକୁ କାମ କରିବାକୁ ଯାଇଥିବା ଆମ୍ବଗୁଡା ଗ୍ରାମର ମହେନ୍ଦ୍ର ଧରୁଆଙ୍କ ପୁଅ ପ୍ରଦୀପ ଧରୁଆ (୨୦)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଯୋଗେଶ୍ୱର ମାଝୀ (୨୪) ଗୁରୁତର ଆହତ ହୋଇଥିଲେ। ଯୋଗେଶ୍ବରଙ୍କୁ ପରିବାର ଲୋକେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସରପଞ୍ଚ ଧର୍ମାନନ୍ଦ ସେଠିଆ ଏ ନେଇ କୋକସରା ପୁଲିସକୁ ସୂଚନା ଦେବା ପରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଏନେଇ କୋକସରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍‌ଆଇ ଉଷା ହରିଜନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe