ସରକାରୀ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ

Advertisment
ସରକାରୀ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ

image source--youtube

ଖୁଣ୍ଟୁଣି: କଟକ ଜିଲ୍ଳା ଅନ୍ତର୍ଗତ ଖୁଣ୍ଟୁଣି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜମି ବିବାଦକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପରିବାରର ଠେଙ୍ଗା ମାଡ଼ରେ ଅନ୍ୟ ଏକ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଏକ ସରକାରୀ ଜମିରେ ଶରତ ସାହୁ ଓ ଗୟାଧର ରାଉତଙ୍କ ପରିବାର ଧାନ ଖଳା ତିଆରି କରି ତାର ବ୍ୟବହାର କରୁଥିଲେ। ହେଲେ ଏମାନଙ୍କ ଭିତରୁ ଗୋଟିଏ ପରିବାର ପକ୍ଷରୁ ସରକାରୀ ଜମିରେ ବାଡ଼ ଘେରାଯାଇଥିଲା। ଏହାକୁ ଆର ପରିବାରର ଲୋକେ ବିରୋଧ କରିଥିଲେ। ଏହାଫଳରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା।

ଗତକାଲି ଉଭୟ ପରିବାର ମଧ୍ୟରେ ମାଡ଼ଗୋଳ ହୋଇଥିଲା। ଏଥିରେ ଶରତ ସାହୁଙ୍କ ପରିବାର ଲୋକେ ଗୟାଧର ରାଉତଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ରାତି ପ୍ରାୟ ସାଢେ ୧୧ଟା ବେଳେ ଗୟାଧର ରାଉତ(୫୦)ଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ଖୁଣ୍ଟୁଣି ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe