ବାଇକକୁ ପିଟିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର

Advertisment
ବାଇକକୁ ପିଟିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର

ରାୟଗଡା : ଜେକେପୁର-ଥେରୁବାଲି ରୋଡରେ ଆଜି ସଂଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଏଗିନା ହିମିରିକା। ଆହତ ଦୁଇ ବ୍ୟକ୍ତିଙ୍କ ନାମ ନରସିଂହ ହିମିରିକା ଓ ଶାନ୍ତି ହିମିରିକା। ଗୋଟିଏ ପରିବାର ଏହି ୩ ଜଣ ବାଇକରେ କୌଣସି କାମ ସାରି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା। ସଂକଟାପନ୍ନ ଅବସ୍ଥାରେ ଏଗିନାକୁ ରାୟଗଡା ମେଡିକାଲକୁ ଅଣାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆହତ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଜେକେପୁର ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe