ଦୁର୍ଘଟଣାରେ ପରିବାରର ଜଣେ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା: ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

Photo by : patrika.com

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଏନଏଚ ୫୫ ଜେନା କ୍ରସର ସମ୍ମୁଖରେ ଗୁରୁବାର ସଂଧ୍ୟା ୬ଟା ସମୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପରିବାରର ଆଉ ୨ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାପା ଦୁଃଖନାଶନ ବେହେରା (୫୫) ଓ ତାଙ୍କ ୨ ପୁଅ ଶଙ୍କର ବେହେରା (୩୨), ଶିବ ବେହେରା (୩୦) ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ପଛ ପଟୁ ଏକ ଭାରି ଯାନ (ଲୋଡର୍‌) ସହ ବାଇକ୍‌ (ଓଡି ୧୫ସି ୦୮୧୩)ର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶିବ ବେହେରାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଗୁରୁତର ଆହତ ଦୁଃଖନାଶନ ଓ ଶଙ୍କରଙ୍କୁ ଯୁଯୁମୁରା ପୁଲିସ୍‌ ଉଦ୍ଧାର କରି ପ୍ରଥମେ ସମ୍ବଲପୁର ସଦର ମେଡିକାଲ ପଠାଇଥିଲା। ସେଠାରୁ ଉଭୟଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ତିନି ଜଣ ବାଇକ୍‌ ଆରୋହୀ କବରାପାଲି ପଞ୍ଚାୟତ ଝାରଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ଉଭୟ ଗାଡ଼ିକୁ ଜବତ କରାଯାଇଛି ଏବଂ ଶୁକ୍ରବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe