ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗିରଫ କଲା କମିସନରେଟ ପୁଲିସ

Advertisment
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ବର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ପ୍ରେମିକ ରାକେଶକୁ ଖୋଜି ଖୋଜି ଯାଜପୁର ପୁଲିସ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ରାକେଶ ରହୁଥିବା ଜାଣିବା ପରେ କମିସନରେଟ୍‌ ପୁଲିସ ସହାୟତାରେ ଯାଜପୁର ପୁଲିସ ସୁନ୍ଦରପଦାରେ ଚଢ଼ଉ କରିଛି। ସୁନ୍ଦରପଦାରେ ଚଢ଼ଉ କରିବା ପରେ ସେଠାରୁ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଯାଜପୁର ପୁଲିସକୁ ହସ୍ଥାନ୍ତର କଲା (ଏୟାରଫିଲ୍ଡ ଥାନା) ଭୁବନେଶ୍ୱର କମିସନରେଟ ପୁଲିସ। ଯାଜପୁର ପୁଲିସ ସମେତ କମିସନରେଟ୍‌ ପୁଲିସର ସ୍ପେଶାଲସ୍କ୍ବାଡ୍‌ ଅଧିକାରୀ ମଧ୍ୟ ତାକୁ ତନାଘନା ଜେରା କରୁଛନ୍ତି। ସିସିଟିଭି ଫୁଟେଜ୍‌ରେ ଥିବା ଚିତ୍ରକୁ ଆଧାର କରି ସମ୍ପୃକ୍ତ ଯୁବକ ସ୍କୁଟି ଚଳାଉଥିବା ନେଇ ପୁଲିସ ସନ୍ଦେହ କରୁଛି।

ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ସମ୍ପର୍କ। ଏଭଳି ଅଭିଯୋଗ ଆଣିଛନ୍ତି ମୃତକାଙ୍କ ବାପା ରମାକାନ୍ତ ନାୟକ। ମୃତକାଙ୍କ ଗାଁ ମୟୂରଭଞ୍ଜ ଯଶୀପୁରର ବୃନ୍ଦେଇପୋଷୀ ଗ୍ରାମରେ ଭୂତଳ ପାଇପ୍‌ ବିଛା ଯାଉଥିଲା। କାମ କରୁଥିବା ସଂସ୍ଥାରେ ସୁପରଭାଇଜର ଭାବରେ କାମ କରୁଥିଲେ ରାକେଶ ସ୍ବାଇଁ। ତାଙ୍କ ସହ ମୃତକାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦିନେ ମୋବାଇଲ୍‌‌ ହ୍ବାଟ୍‌ସ୍‌ ଆପ୍‌ ଚାଟିଂ ଉପରେ ବାପାଙ୍କ ନଜର ପଡ଼ିବା ପରେ ସେ ଝରାଫୁଲଙ୍କୁ ତାଗିଦ୍‌ କରିଥିଲେ। ଏଭଳି କାମରୁ ଦୂରେଇ ରହି ପାଠରେ ମନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଝରାଫୁଲ ରାକେଶକୁ ଭିଡିଓ କଲ୍‌ ସହ କଥାବାର୍ତ୍ତା ଓ ଚାଟିଂ ବନ୍ଦ କରିନଥିଲେ। ଯେବେ ବି ଝରାଫୁଲ ଭୁବନେଶ୍ବର ଆସନ୍ତି ସେବେ, କେଉଁ ବସ୍‌ରେ ଆସନ୍ତି, କେତେବେଳେ ବାଣୀବିହାରରେ ଓହ୍ଲାଇବେ, ସେ ନେଇ ସମସ୍ତ ଖବର ରାକେଶକୁ ଫୋନ୍‌ କିମ୍ବା ଚାଟିଂରେ ଜଣାନ୍ତି। ଅନେକ ଥର ତାଙ୍କ ବାପା ଝିଅ ମୋବାଇଲରେ ଏ ସବୁ ଦେଖିଛନ୍ତି। ଏଣୁ ହତ୍ୟାକାଣ୍ଡ ପଛରେ ରାକେଶ ହିଁ ମୂଳ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe