ଗଛରେ ମଟରସାଇକେଲ ଧକ୍କା ଖାଇବାରୁ ଜଣେ ମୃତ ଅନ୍ୟ ଜଣେ ଆହତ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

image source--news first

ବାରିପଦା: ରବିବାର ବଡ଼ି ଭୋର୍‌ ସମୟରେ କପ୍ତିପଦା ଥାନା ଅନ୍ତର୍ଗତ ହରଡ଼ହାହି ନିକଟରେ ଗୋଟାଏ ମଟରସାଇକେଲ୍‌ ରାସ୍ତାକଡ଼ ଗଛରେ ଧକ୍କା ଖାଇବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ମଟରସାଇକେଲ୍‌ ଆରୋହୀ ହେଉଛନ୍ତି ଡିହିରାକୁଳ ଗ୍ରାମର ୨୨ ବର୍ଷିୟ ଦିନେଶ କୁମାର ହାତୀ ଏବଂ ଆହତ ଯୁବକ ହେଉଛନ୍ତି ୨୧ ବର୍ଷିୟ କିଶୋର କୁମାର ପୃଷ୍ଟି।

ଉଭୟ କପ୍ତିପଦା ନୂଆସାହିରେ ଅନୁଷ୍ଠିତ ଯାତ୍ରା ଦେଖି ନିଜ ଘର ଉଦଳା ଥାନା ଅଧୀନ ଡିହିରାକୁଳ ଗ୍ରାମକୁ ଫେରୁଥିବା ବେଳେ କୌଣସି କାରଣରୁ ସେମାନେ ଯାତ୍ରା କରୁଥିବା ମଟରସାଇକେଲ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଗଛରେ ଧକ୍କା ଖାଇଥିଲା।

ଅଗ୍ନିଶମ ଗାଡ଼ି ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦିନେଶ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ସାଙ୍ଘାତିକ ଆହତ ହୋଇଥିବା କିଶୋରଙ୍କୁ ବାରିପଦା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe