ସ୍ବାଇନ୍‌ ଫ୍ଲୁରେ ଜଣେ ମୃତ

Advertisment
ସ୍ବାଇନ୍‌ ଫ୍ଲୁରେ ଜଣେ ମୃତ

କଟକ : ଏସ୍‌ସିବି ମେଡିକାଲ୍‌ରେ ସ୍ବାଇନ୍‌ ଫ୍ଲୁରେ ଶନିବାର ଜଣେ ରୋଗୀର ମୃତ୍ୟୁ ହୋଇଛି। ମୃତକଙ୍କ ଜଣକ ହେଉଛନ୍ତି କିଶନନଗର ତେନ୍ଦୁଆପଡ଼ା ମହମ୍ମଦପୁର ଅଞ୍ଚଳର ଯୁଧିଷ୍ଠିର ବେହେରାଙ୍କ ପୁଅ ବିଜ୍ଞାନ ବେହେରା (୩୨)। ବିଜ୍ଞାନଙ୍କୁ ଗୁରୁତର ଅବସ୍ଥାରେ ଗତ ୫ ତାରିଖରେ ଏକ ଘରୋଇ ନର୍ସି˚ ହୋମ୍‌ରୁ ଅଣାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ପଲ୍‌ମୁନାରି ମେଡିସିନ୍‌ ଆଇସିୟୁରେ ଭେଣ୍ଟିଲେଟରରେ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଏସ୍‌ସିବି ମେଡିକାଲ୍‌ରେ ସ୍ବାଇନ୍‌ ଫ୍ଲୁ ଜନିତ ମୃତ୍ୟୁ ସ˚ଖ୍ୟା ଚଳିତ ବର୍ଷ ୪ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe