ଦେବଗଡ଼: ସେବାଧାମ କାନ୍ଥ ଭୁଶୁଡ଼ି ୧ ମୃତ, ୪ ଆହତ

Advertisment
ଦେବଗଡ଼: ସେବାଧାମ କାନ୍ଥ ଭୁଶୁଡ଼ି ୧ ମୃତ, ୪ ଆହତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ରେଙ୍ଗଲବେଡ଼ା ସେବାଧାମର କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଶିଶୁକନ୍ୟାଟି ହେଉଛନ୍ତି ରଶ୍ମିତା ପ୍ରଧାନ। ଆହତମାନେ ହେଉଛନ୍ତିି କାଜଲ ସାହୁ, କାଜଲ ମାହାରେ, ଅଯୋଧ୍ୟା ପେଣ୍ଠେଇ ଓ ଓମଭାରତୀ ପ୍ରଧାନ। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ପିଲାମାନେ ଖେଳୁଥିବା ବେଳେ ସେବାଶ୍ରମର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକମାନେ ରେଙ୍ଗାଲବେଡ଼ା ଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe