ରାୟଗଡ଼ା: ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୪ ଗୁରୁତର ଆହତ

Advertisment
ରାୟଗଡ଼ା: ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୪ ଗୁରୁତର ଆହତ

ବିସମକଟକ: ଆଜି ପ୍ରତ୍ୟୁଷରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିସମକଟକ ଥାନା ଅଧୀନ ବେଠିଆପଡ଼ା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ଯାତ୍ରୀଜଣକ ହେଉଛନ୍ତି ନୟାଗଡ଼ର ୫୦ ବର୍ଷିୟ ରମେଶ ଜେନା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଚିକିତ୍ସା ନିମନ୍ତେ ଆହତ ଯାତ୍ରୀମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁରସ୍ଥିତ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ସ୍ଥାନାନ୍ତର କରାଯାଇଛି।

publive-image

ଆଜି ଭୋର୍‌ ପ୍ରାୟ ୪ଟା ବେଳେ କଟକ ଜିଲ୍ଲାର ବଡ଼ମ୍ବା-ନରସିଂହପୁରରୁ ଜୟପୁରକୁ ଚଳାଚଳ କରୁଥିବା ‘ରଘୁନାଥ’ ନାମକ ବସ୍‌ଟି ବିସମକଟକ ଅତିକ୍ରମ କରିଥିଲା। ରାଜ୍ୟ ରାଜପଥର ଅବସ୍ଥା ଖରାପ ଯୋଗୁଁ ବସ୍‌ଟି କୁମ୍ଭାରଢାମୁଣି ଗାଁ ରାସ୍ତା ଦେଇ ରାୟଗଡ଼ା ଅଭିମୁଖେ ଆସୁଥିଲା। ବାଟରେ ଥିବା ଏକ ବୁଲାଣିରେ ବସ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯିବାରୁ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଓଲଟି ପଡ଼ିଥିବା ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୫ଜଣ ଯାତ୍ରୀଙ୍କ ଛଡ଼ା ବାକି ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ବିସମକଟକ ପୁଲିସ ଘଟଣାସ୍ଥଳରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଡାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe