ଲଖନପୁରରେ ଝାଡ଼ାବାନ୍ତିରେ ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ଲଖନପୁରରେ ଝାଡ଼ାବାନ୍ତିରେ ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ଲଖନପୁର: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କନକତୁରା ପଞ୍ଚାୟତ କୁଆକୁଣ୍ଡା ଗାଁର ଅନେକ ଲୋକ ଶୁକ୍ରବାର ରାତିରୁ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆକ୍ରାନ୍ତ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ୨୩ ବର୍ଷୀୟ ଯୁବକ ବଳରାମ ଗୌଡ଼ଙ୍କର ଶନିବାର ସକାଳ ୫ଟା୪୫ରେ ମୃତ୍ୟୁ ହୋଇଛି। ଏଣେ ଶୋଭା କିଷାନ(୬୦), ପ୍ୟାରୀ ହରିଜନ(୫୫), ସରିତା ବାରିକ(୨୭), ସସ୍ମିତା ହରିଜନ(୧୭), ସାର୍ଥକ କିଷାନ(୬), ଗୁଲାଲତି ପଧାନ(୨୧), ଉପାଶୀ କିଷାନ(୨୪), ଜ୍ଞାନ ଯାଦବ(୨୦), ସରୋଜ ପଧାନ(୨୩) ଓ ଗୋପୀ କିଷାନ(୨୯) ସମେତ ୧୦ ଜଣ ଆକ୍ରାନ୍ତ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ମୁଖ୍ୟ ଡ଼ା. ବୈକୁଣ୍ଠ ନାଥ କଶ୍ୟପଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଓ ଜିଲ୍ଲାର ସିଡିଏମଓଙ୍କ ନେତୃତ୍ୱରେ ଅନ୍ୟ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲଖନପୁର ବିଡ଼ିଓ ସଞ୍ଜୀବ ପଟେଲ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି ଏବଂ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe