ନୟାଗଡ଼: ପବିତ୍ର ମେରୁ ଉତ୍ସବ ପାଳନ ବେଳେ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ ନୟାଗଡ଼ ଥାନା ଆଇଆଇସି ବି ଆହତ ହୋଇଛନ୍ତି। ଟେକାପଥର ମାଡ଼ରେ ଉଭୟ ଗାଁର ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ରହିଛି।
ସୂଚନା ଅନୁଯାୟୀ, ମେରୁ ଉତ୍ସବ ପାଳନ ବେଳେ ଗତକାଲି ବିଭିନ୍ନ ଗ୍ରାମ ପକ୍ଷରୁ ଦଣ୍ଡଯାତ୍ରା ବାହାରିଥିଲା। ନୟାଗଡ଼ ସହର ଦେଇ ଏହି ଯାତ୍ରୀଦଳ ଯାଉଥିବା ବେଳେ ପ୍ରବଳ ମାତ୍ରାରେ ଟ୍ରାଫିକ ଜାମ୍ ହୋଇଥିଲା। ରାତି ପ୍ରାୟ ୧୨ଟା ସମୟରେ ଏହାକୁ ନେଇ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପର ମଧ୍ୟରେ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ଦୁର୍ଗାପ୍ରସାଦର ନବୀନ ପରିଡ଼ା ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା।
Times of Indiaଟାଉନ୍ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନା ଆହତ ହୋଇଥିବା ଜଣାପଡ଼ିଥିଲା। ପଥର ମାଡ଼ରେ ଆଇଆଇସିଙ୍କ ମୁଣ୍ଡ ଫାଟିଯାଇଥିଲା। ଘଟଣାସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ଏସ୍ପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଜଲ୍ଲା ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚଥିଲା।
Follow Us