India Today
ବସ୍ତା : ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଚାଲିଥିବା ବେଳେ ଅନ୍ୟ ପଟେ ଏହାକୁ ନେଇ ସରଗରମ୍ ହୋଇଉଠିଛି ସଟ୍ଟା ବଜାର। ବିଶ୍ୱ କ୍ରିକେଟ୍ର ଦୁଇ ମହାରଥୀଙ୍କ ମଧ୍ୟରେ ଖେଳାଯାଉଥିବା ଏହି ରୋମାଞ୍ଚଭରା ଶୃଙ୍ଖଳାରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏହାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚାଲିଥିଲା ଜୁଆ ଆଡ୍ଡା। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗାଁରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୁଲିସ ଜଣକୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତକୁ ଅଷ୍ଟ୍ରେଲିଆ ସହଜରେ ହରାଇ ଦେଇଥିଲା। ରାଜକୋଟରେ ଆୟୋଜିତ ଦ୍ବିତୀୟ ଦିନିକିଆରେ ଭାରତ ସଫଳ ପ୍ରତ୍ୟାବର୍ତନ କରିଥିଲା। କଙ୍ଗାରୁ ଦଳକୁ ସେଠାରେ ୩୬ ରନ୍ରେ ହରାଇ ଦେଇଥିଲା। ଏଥିସହିତ ଶୃଙ୍ଖଳାକୁ ଜୀବନ୍ତ ବି ରଖିଥିଲା। ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ଚାରିଟି ଏକଦିବସୀୟ ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ପାଇଥିଲା ଭାରତ। ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ପଡ଼ିଆରେ କୋହଲି ବାହିନୀ ପ୍ରଥମ ବିଜୟ ହାସଲ କରିଥିଲା। ଏହି ରୋମାଞ୍ଚଭରା ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିବା ବେଳେ ଆଜିର ଏହି ମ୍ୟାଚ୍ର ମହତ୍ୱ ଢେର ବଢ଼ିଯାଇଥିଲା। ଏହାକୁ ନେଇ ସରଗରମ ହୋଇଉଠିଥିଲା ସଟ୍ଟା ବଜାର।
Follow Us