ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

Advertisment
ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

www.indiatoday.in

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ଆଜି ବୋମା ଫୁଟିଛି। କିଛି ବର୍ଷର ବ୍ୟବଧାନ ପରେ ପୁଣି ବୋମାମାଡ଼ର ଶବ୍ଦ ଶୁଭିଛି। ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଥିବା ହୋଟେଲ (ଦିଲଦାର)ଉପରକୁ ଏହି ବୋମାମାଡ଼ ହୋଇଛି। ଏଥିରେ ଜଣେ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କର ନାମ ବାଦଲ ପାଣିଗ୍ରାହୀ।

ସ୍ଥାନୀୟ ଲୋକେ ଆହତ ବାଦଲଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ବାଇକ ଆରୋହୀ ଦୁଇଜଣ ଯୁବକ ଆସି ହୋଟେଲ ଉପରକୁ ଦୁଇଟି ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ହୋଟେଲର ମାଲିକ ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ହୋଇଥିବାରୁ ରାଜନୀତିକ କାରଣ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe