ଯୁକ୍ତ୨କୁ ଉନ୍ନୀତ ହେବ ଶହେ ହାଇସ୍କୁଲ

Advertisment
ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ: ବର୍ଷକ ପାଇଁ ଯୋଜନା କର

NewsGate

ଭୁବନେଶ୍ବର : ମାଟ୍ରିକ୍‌ ପରେ ଡ୍ରପ ଆଉଟ୍ ହାର ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ପଦକ୍ଷେପ ନେବାକୁ ଯାଉଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଶହେଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲକୁ ଯୁକ୍ତ୨ କଲେଜକୁ ଉନ୍ନୀତ କରାଯିବ। ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ୨ କଲେଜ ନାହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାକାର ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ମାଟ୍ରିକ ପାସ ପରେ ବହୁ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ଦେଉଛନ୍ତି। ନିଜ ଘର ନିକଟରେ ପଢ଼ିବା ଲାଗି ସୁବିଧା ନ ଥିବାରୁ ଏଭଳି ସମସ୍ୟା ହେଉଥିବା ନଜରକୁ ଆସିଛି। ବିଶେଷକରି ଝିଅମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶହେ ହାଇସ୍କୁଲକୁ ଯୁକ୍ତ୨ କଲେଜକୁ ଉନ୍ନୀତ କରାଯାଇ ପାଠପଢ଼ାର ସୁଯୋଗ ଯୋଗାଇ ଦିଆଯିବ। ଏନେଇ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe