ଶ୍ରୀମନ୍ଦିର ଆନନ୍ଦ ବଜାରରେ ସେବାୟତଙ୍କ ଦାଦାଗିରି ଅଭିଯୋଗ : ପିଟିପିଟି ଗୋଡ଼ ଭାଙ୍ଗିଦେଲେ, ହସ୍ପିଟାଲରେ ଭର୍ତ୍ତି

Advertisment
ଶ୍ରୀମନ୍ଦିର ଆନନ୍ଦ ବଜାରରେ ସେବାୟତଙ୍କ ଦାଦାଗିରି ଅଭିଯୋଗ : ପିଟିପିଟି ଗୋଡ଼ ଭାଙ୍ଗିଦେଲେ, ହସ୍ପିଟାଲରେ ଭର୍ତ୍ତି

ପୁରୀ: କୋଟି ଜନତାର ଆସ୍ଥା ଓ ବିଶ୍ୱାସର ସ୍ଥଳ କୁହାଯାଉଥିବା ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଗୁରୁବାର ଅପରାହ୍ନରେ ଜଣେ ଭକ୍ତ ନିସ୍ତୁକ ମାଡ଼ ଖାଇଛନ୍ତି। କେତେ ଆଶା ଓ ଆଶଙ୍କା ନେଇ ଶହ ଶହ କିଲୋମିଟର ଦୂରରୁ ଆସିଥିବା ଭକ୍ତ ମାଡ଼ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କୃଷ୍ଣ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି।

publive-image

ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ଶ୍ରୀକ୍ଷେତ୍ର ପୁରୀ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସେବାୟତଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥାନ୍ତି ଓ ନିର୍ଯ୍ୟାତନା ପାଇଥାନ୍ତି ବୋଲି ଅଭିଯୋଗ ହୁଏ । ମହାପ୍ରସାଦ ନାମରେ ସେବାୟତମାନେ ଭକ୍ତଙ୍କ ଭାବନା ପ୍ରତି କୁଠାରଘାତ କରୁଥିବା ଅଭିଯୋଗ ବି ସାମ୍ନାକୁ ଆସୁଛି। ଦଲାଲଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେମାନେ ଉତ୍ପାତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ଶ୍ରୀଜିଉମାନଙ୍କ ଦର୍ଶନ ସାରି ଭକ୍ତ କୃଷ୍ଣ ମହାପାତ୍ର ଆନନ୍ଦ ବଜାରକୁ ଯାଇଥିଲେ। ସେଠାରେ ମହାପ୍ରସାଦ କିଣିବା ପୂର୍ବରୁ ସେ ଦୁଇ ଜଣ ସେବାୟତଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଛନ୍ତି। ସେ ଗୋଟିଏ ଦେକାନରୁ ଅଭଡ଼ା କିଣିବାକୁ ଯାଉଥିବା ବେଳେ ଆଉ ଜଣେ ସେବାୟତ ଜୋର ଜବରଦସ୍ତି ଅାଉ ଏକ ଦୋକାନରୁ କିଣିବାକୁ କହୁଥିଲେ। ଫଳରେ ବଚସା ହୋଇଥିଲା। ସେବାୟତମାନେ କୃଷ୍ଣଙ୍କୁ ନିସ୍ତୁକ ମାଡ଼ ମାରିଥିବାରୁ ତା’ଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେବାୟତଙ୍କ ଅଭିଯୋଗ ଅନୁସାରେ କୃଷ୍ଣ ମହାପ୍ରସାଦକୁ ନେଇ ଖରାପ ଶବ୍ଦ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe