ଗୁଣି ସନ୍ଦେହ: ଦାଦାର ତୀରମାଡ଼ରେ ପୁତୁରା ଗୁରୁତର

Advertisment
ଗୁଣି ସନ୍ଦେହ: ଦାଦାର ତୀରମାଡ଼ରେ ପୁତୁରା ଗୁରୁତର

ଆନନ୍ଦପୁର : ଗୁଣିଗାରେଡ଼ି ସନ୍ଦେହରେ ଦାଦାର ତୀରମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଘସିପୁରା ଥାନା କନ୍ତୋ ବିନ୍ଧାଣୀସାହିରେ ଏଭଳି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପୁତୁରା ରତ୍ନାକର ବିନ୍ଧାଣୀ(୫୫)ଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ରବି ବିନ୍ଧାଣୀ (୬୫)କୁ ଗିରଫ କରିଛି।

ସୋମବାର ଦିନ ପ୍ରାୟ ଗୋଟାଏ ବେଳେ ରତ୍ନାକର ପଡ଼ୋଶୀଙ୍କ ପିଣ୍ଡାରେ ବସିଥିବା ବେଳେ ଦାଦା ରବି ଆସି ସେଠାରେ ପହଞ୍ଚି କାହିଁକି ଗୁଣିଗାରେଡ଼ି କରୁଛୁ କହି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ହଠାତ୍ ରବି ପୁତୁରା ରତ୍ନାକରଙ୍କୁ ତୀରମାଡ଼ କରିଥିଲା। ତୀରଟି ତାଙ୍କ ଡାହାଣହାତରେ ପଶିଯାଇଥିଲା। ଶଲ୍ୟ ବିଶେଷଜ୍ଞ ଡାକ୍ତର ସପନ କୁମାର ଦାସ ଅସ୍ତ୍ରୋପଚାର କରି ତୀରଟିକୁ ବାହାର କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe