ଜମିବାଡ଼ି ବିବାଦରୁ ଟାଙ୍ଗିଆରେ ଆକ୍ରମଣ, ଜଣେ ଗୁରୁତର

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୁଇଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଗାଁର ବିଷ୍ଣୁ ଚରଣ ରଣା (୫୪) ଗୁରୁତର ଆହତ ହୋଇଛନ୍ତି।

ଗୁରୁବାର ସନ୍ଧ୍ୟା ୫ଟାରେ  ଖରଭୂଇଁ ଗ୍ରାମର ବିଷ୍ଣୁ ନିଜ ଆମ୍ବ ବଗିଚାରେ ବାଡ଼ ଦେଉଥିଲେ। ଏହି ସମୟରେ ଗ୍ରାମର ସନ୍ତୋଷ ଦୀପଙ୍କ ପୁଅ ଟୁକୁନା ଦୀପ(୨୧) ସେଠାରେ ପହଞ୍ଚି ତାଙ୍କୁ ବାଡ଼ ନଦେବାକୁ ଧମକ ଚମକ ଦେଇଥିଲା। ଆର୍‌ଆଇଙ୍କୁ ଡାକି ମାପକର ଯଦି ତୁମର ବାହାରିବ ଜାଗା ନେଇଯିବ ବୋଲି ବିଷ୍ଣୁ କହିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଟୁକୁନା ଏକ ଟାଙ୍ଗିଆରେ ବିଷ୍ଣୁଙ୍କର ପିଠି ଓ ଦୁଇ ଗୋଡ଼ର ଜଙ୍ଘକୁ ଚୋଟ ମାରିଥିଲା। ଫଳରେ ତାଙ୍କର ପିଠି ଓ ତାଙ୍କ ଦୁଇ ଜଙ୍ଘରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାଦେଖି ତାଙ୍କ ପତ୍ନୀ ମଞ୍ଜୁଲତା ରଣା ପାଟି କରିବାରୁ ନିକଟରେ ଥିବା ବଂଶୀଧର ରଣା, ଅମରେନ୍ଦ୍ର ପ୍ରଧାନ, ଅବକାଶ ସାହୁ, ରମାକାନ୍ତ ଭୋକ୍ତା ଧାଇଁ ଆସିବାରୁ ଅଭିଯୁକ୍ତ ଫେରାର ମାରିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ବିଷ୍ଣୁଚରଣ ହରଭଙ୍ଗା ଥାନାରେ ଏତେଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe