ଭାଲୁ ଆକ୍ରମଣରେ ଜଣେ ଗୁରୁତର

Advertisment
ମହୁଲ ଗୋଟଇବା ବେଳେ ଭାଲୁ ଆକ୍ରମଣ, ଶାଶୁ-ବୋହୂ ଗୁରୁତର

findvs.com

ସଇନ୍ତଳା : ଭାଲୁ ଆକ୍ରମଣରେ ସଇନ୍ତଳା ବ୍ଲକ୍‌ ଆମ୍ବପାଲି ପଞ୍ଚାୟତ କୁଶମାଲ ଗାଁର ଟୁନୁ ଭୋଇ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସଇନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୋମବାର ଟୁନୁ ତାଙ୍କ ଚାଷଜମିକୁ ବୁଲି ଯାଇଥିଲେ। ଏହି ସମୟରେ ଭାଲୁକୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ହାତକୁ ଭାଲୁ କାମୁଡ଼ି ଦେଇଥିଲା। ପରେ ଭାଲୁଟି ଘଣ୍ଟମାଲ ଗାଁ ମୁଣ୍ଡରେ ଯାଉଥିବା ଦେଖି ଗାଁର କିଛି ଯୁବକ ତାକୁ ଘଉଡ଼ାଇ ଦେଇଥିଲେ। ଖବର ପାଇ ଟିଟିଲାଗଡ଼ ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe