ଭାଲୁ ଆକ୍ରମଣରେ ଜଣେ ଗୁରୁତର

Advertisment
ଭାଲୁ ଆକ୍ରମଣରେ ଜଣେ ଗୁରୁତର

କୁଡୁମୁଲୁଗୁମ୍ମା : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ ଲଙ୍ଗଳବନ୍ଧଗୁଡା ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସମନ୍ଦ ଟାଟୁ(୫୫) ନାମକ ଏହି ବ୍ୟକ୍ତି ଆଜି ଗାଁ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ସେଠାରେ ହଠାତ୍‌ ଏକ ଭାଲୁ ବାହାରି ତାଙ୍କୁ ଆକ୍ରମଣ କରିଥିଲା। ସମନ୍ଦଙ୍କ ଜଙ୍ଘ ଓ ହାତରେ କ୍ଷତ ହୋଇଛି। ତାଙ୍କ ଚିତ୍କାର ଶୁଣି ଜଙ୍ଗଲ ଭିତରେ ଥିବା କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଘଉଡାଇ ସମନ୍ଦଙ୍କୁ ଉଦ୍ଧାର କରିଥିଲେ। ସମନ୍ଦଙ୍କୁ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe