ପୁରୀରେ ପୁଣି ବୋମାମାଡ଼, ଜଣେ ଗୁରୁତର

Advertisment
ପୁରୀରେ ପୁଣି ବୋମାମାଡ଼, ଜଣେ ଗୁରୁତର

ପୁରୀ: ଚଳିତ ସପ୍ତାହ ମଧ୍ୟରେ ପୁରୀ ସହରରେ ଦ୍ବିତୀୟ ଥର ପାଇଁ ବୋମାମାଡ଼ ହୋଇଛି।  ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋମାମାଡ଼ ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ କହିଛି ଯେ, ଆକ୍ରମଣକାରୀ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ। ସେମାନେ ଘଣ ଉପରକୁ ଅତର୍କିତ ଭାବେ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରିି ଏହି ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ମଧ୍ୟ ପୁରୀରେ ବୋମାମାଡ଼ ଘଟଣା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe