ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା, ଜଣେ ଗୁରୁତର 

Advertisment
ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା, ଜଣେ ଗୁରୁତର 

ଲକ୍ଷ୍ମୀପ୍ରସାଦ/ ବାଉଁଶୁଣୀ : ବୌଦ୍ଧ ବ୍ଲକ୍‌ ପଲସପାଟ ଛକଠାରେ ରାଜ୍ୟ ବାହାର ଅଞ୍ଚଳର ଏକ କାର୍‌ (ଜିଜେ ୦୧ ଆର୍‌ଏମ୍‌ ୨୬୫୪) ଭରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଛନ୍ତି।

publive-image

ଗୁଜରାଟ ରାଜ୍ୟର ୩ଜଣ ଯୁବକ ଏକ କାର୍‌ରେ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏନ୍‌ଏଚ୍‌ ୫୭ର ସାହାଜପାଲ ନିକଟସ୍ଥ ପଳସପାଟ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିରେ ଥିବା ୩ ଜଣ ଯୁବକ ମଧ୍ୟରୁ ଅମୁଲ ପାଟିଲ (୩୪)ଙ୍କ ବାମହାତ ଭାଙ୍ଗି ଯାଇଥିଲା। ବଣ୍ଟି ପଟେଲ ଓ ରାଜେନ୍ଦ୍ର ପାଟିଲ ବି ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସରେ ଅମୁଲ ଓ ବଣ୍ଟିଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଯାଇଛି। ଗାଡ଼ିରେ ପ୍ରେସ ଲେଖା ହୋଇଥିବା ବେଳେ ସେମାନେ ସାମ୍ବାଦିକ କି ନୁହେଁ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe