Kerala Kaumudi
ଚମ୍ପୁଆ : ଚମ୍ପୁଆ ବ୍ଲକ୍ରେ ହାତୀ ଉପଦ୍ରବ ଜାରି ରହିଛି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ, ଚମ୍ପୁଆ ରେଞ୍ଜ ଅଧୀନ ସସାଂ ଗ୍ରାମରେ ଗତକାଲି ରାତିରେ ୨୫ଟିକିଆ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଗ୍ରାମର ତ୍ରିଲୋଚନ ନାୟକଙ୍କ କ୍ଷେତରେ ପଶି ପାଚିଲା ଗୋଡ଼ାଧାନ ଖାଇବା ସହ ନରୋତ୍ତମ ନାୟକ ଓ ପର୍ଶୁରାମ ନାୟକଙ୍କ ଖରିଫ ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରିଛନ୍ତି। ସେହିପରି ବସିରା ଗ୍ରାମର ବିଭୂତି ମହାନ୍ତ (୪୮) ସକାଳେ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।
Follow Us