ହାତୀ ଆକ୍ରମଣରେ ଜଣେ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର

Photo by : publicbooks.org

ରାଉରକେଲା : ବିଶ୍ରା ବ୍ଲକ ଜରେଇକେଲା ପଞ୍ଚାୟତ କୁଣ୍ଡାପୋଷ ଗାଁରେ ହାତୀ ଆକ୍ରମଣରେ ସୌରଭ ସାହୁ (୩୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗାଁକୁ ପଶି ଆସିଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇଥିବା ବେଳେ ଏ ଅଘଟଣ ଘଟିଛି। ଗୁରୁତର ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ୧ ତାରିଖ ରାତିରେ ୮ ଜଣିଆ ହାତୀ ଦଳ କୁଣ୍ଡାପୋଷ ଗାଁରେ ପଶି ଉତ୍ପାତ ଆରମ୍ଭ କଲା ବେଳକୁ ଗାଁ ଲୋକେ ଆଲୁଅ ଜାଳି ଘଉଡ଼ାଇଥିଲେ। ଜରେଇକେଲା ବସ୍ତିର ସୌରଭ ମଧ୍ୟ ଗାଁ ଲୋକଙ୍କ ମିଶି ଘଉଡ଼ାଇବାକୁ ଗଲା ବେଳକୁ ପଲ ଭିତରୁ ଗୋଟିଏ ହାତୀ ବୁଲି ପଡ଼ି ଶୁଣ୍ଢାଘାତ କରିଥିଲେ। ଫଳରେ ସୌରଭ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏବେ ଅମଳ ସମୟ ଆସିଥିବା ବେଳେ ଫସଲ ଖାଇବାକୁ ହାତୀ ପଲ ଚାଷ ଜମି ଓ ଗାଁ ଭିତରକୁ ପଶି ଉତ୍ପାତ କରୁଛନ୍ତି। ବନବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ବଦଳରେ କିଛି ବାଟ ଘଉଡ଼ାଇ ନିଜ ଦାୟିତ୍ୱ ସାରି ଦେଉଥିବାରୁ ହାତୀ ପୁଣି ଗାଁକୁ ଫେରି ଆସି ଧନଜୀବନ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe