କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

Advertisment
କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

Khabarplus

ଖଲ୍ଲିକୋଟ : ଜମି ବିବାଦକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମ ବଡ଼ଦାଣ୍ଡ ସାହିରେ ଗୁଳି ଫୁଟିଛି। ଦାଦାପୁଅ ଭାଇର ଗୁଳିମାଡ଼ରେ ବଡ଼ବାପା ପୁଅ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଉଛନ୍ତି ବୀରେନ ଦଳାଇ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରରେ ୪ ରାଉଣ୍ଡ୍‌ ଗୁଳି ବାଜିଛି। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି।

publive-image

ଗୁରୁବାର ଅପରାହ୍ନ ପ୍ରାୟ ୨ଟା ବେଳେ ଭିକାପଡ଼ା ବଡ଼ଦାଣ୍ଡ ସାହିରେ ରହୁଥିବା ବିଜୟ ଦଳାଇଙ୍କ ପୁଅ ବୀରେନ ଘରେ ଏକୁଟିଆ ଥିଲେ। ଏହିସମୟରେ ତାଙ୍କର ଦାଦାପୁଅ ଭାଇ ସୂରଜ ଦଳାଇ ଓରଫ୍‌ ବାବୁ ଏବଂ ଦୁଇଜଣ ସହଯୋଗୀ କାଳୁ ପରିଡ଼ା ଓ କୁମର ଦଳାଇ ମିଶି ବୀରେନଙ୍କ ଘରକୁ ଯାଇଥିଲେ। ପ୍ରଥମେ କାଳୁ ଘର ଭିତରେ ପ୍ରବେଶ କରି ବୀରେନଙ୍କ ସହ କଥାବାର୍ତ୍ତା ହେଉଥିଲେ। ପିସ୍ତଲ ଧରି ବାହାରେ ଜଗି ରହିଥିବା ସୂରଜ ହଠାତ୍‌ ଘରକୁ ପଶିଯାଇ ବଡ଼ବାପା ପୁଅ ବୀରେନଙ୍କୁ ଲକ୍ଷ୍ୟକରି ଆଖିବୁଜା ଗୁଳି ଚଳାଇଥିଲା। ସୂରଜ ୪ ରାଉଣ୍ଡ୍‌ ଗୁଳି ଫୁଟାଇ ଥିଲା। ବୀରେନଙ୍କ ଛାତି ଓ ତଳିପେଟରେ ଦୁଇଟି ଏବଂ ଡାହାଣ ବାହୁ ଓ ପାପୁଲିରେ ଆଉ ଦୁଇଟି ଗୁଳି ଲାଗିଛି। ବୀରେନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ିଯାଇଥିଲେ। ଗୁଳି ଶବ୍ଦ ଶୁଣି ଆଖପାଖରେ ରହୁଥିବା ଲୋକେ ଦୌଡ଼ି ଆସିଥିଲେ। ଏହାଦେଖି ସୂରଜ ତା’ର ସହଯୋଗୀଙ୍କ ସହିତ ଚମ୍ପଟ ମାରିଥିଲା। ବାପା ବିଜୟ ଘରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ହସ୍ପିଟାଲକୁ ପଠାଇଛନ୍ତି। ପୁଲିସ୍‌ ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe