କାଲିମେଳା : ଆଜି ସନ୍ଧ୍ୟା ବେଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଥିବାର ଜଣାପଡିଛି। କାଲିମେଳା ଥାନା ଅନ୍ତର୍ଗତ ନାମକଣ୍ଡା ଗ୍ରାମର ଇର୍ମା ମାଢି ନାମକ ଜଣେ ଯୁବକ ଆଜି ସନ୍ଧ୍ୟା ବେଳେ ଏକ ବାଇକ ଯୋଗେ କାଲିମେଳାରୁ ନାମକଣ୍ଡା ଯାଉଥିବା ବେଳେ ଏମ୍ଭି୬୮ ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଇର୍ମାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଛି। ଖବର ପାଇ ୧୦୮ ଆମ୍ବୁଲାନ୍ସରେ ଇର୍ମାକୁ ଅଣାଯାଇ କାଲିମେଳା ମେଡିକାଲରେ ଭର୍ତି କରାଯାଇଛି।
କାଲିମେଳା : ସଡ଼କ ଦୁର୍ଘଟଣାରେ ଜଣେ ଆହତ
Advertisment
Follow Us