ମାଙ୍କଡ଼ କାମୁଡ଼ାରେ ଜଣେ ଆହତ, ମାଙ୍କଡ଼କୁ କାବୁ କଲା ବନ ବିଭାଗ

Advertisment
ମାଙ୍କଡ଼ କାମୁଡ଼ାରେ ଜଣେ ଆହତ, ମାଙ୍କଡ଼କୁ କାବୁ କଲା ବନ ବିଭାଗ

ବ୍ରହ୍ମବରଦା: ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ସାନବାଗସାହି ଗ୍ରାମରେ ଗତ ତିନିଦିନ ଧରି ଏକ ପାଗଳ ମାଙ୍କଡ଼ ୭ ଜଣଙ୍କୁ ଆକ୍ରମଣ କରିଥିଲା। ଆଜି ଏହି ମାଙ୍କଡ଼ଟି ଆଉଜଣେ ଲୋକଙ୍କୁ କାମୁଡ଼ି ଗୁରୁତର ଆହତ କରିଛି। ଅନ୍ୟପକ୍ଷରେ ବନବିଭାଗ କର୍ମଚାରୀ ଆଜି ଏହି ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ପ୍ରକାଶ ଯେ, ପାଗଳ ମାଙ୍କଡ଼ ଉପଦ୍ରବ ପାଇଁ ଏହି ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏହି ମାଙ୍କଡ଼କୁ ଧରିବା ପାଇଁ ଗ୍ରାମବାସୀ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ନିବେଦନ କରିଥିଲେ।

ଡାଳିଯୋଡ଼ା ବନପାଳଙ୍କ ନିର୍ଦ୍ଦେଶରେ ବନବିଭାଗ କର୍ମଚାରୀ ଦୁଇଦିନ ଅକ୍ଳାନ୍ତ ପରିଶ୍ରମ କରି ରବିବାର ସନ୍ଧ୍ୟାରେ ଏହି ମାଙ୍କଡ଼କୁ କାବୁ କରିଥିଲେ। ପାଗଳ ମାଙ୍କଡ଼ଟି ସାନବାଗସାହି ଗ୍ରାମର ନବ ଦଳେଇଙ୍କୁ ଆକ୍ରମଣ କରିବାକୁ ଯାଇ ତାଙ୍କ ଘରେ ପଶିଯାଇଥିଲା। ଏହାର ସୁଯୋଗରେ ନବଙ୍କ ପରିବାର ଲୋକେ ଘରର କବାଟ ବନ୍ଦ କରିଦେଇ ବନବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ। ବନବିଭାଗ କର୍ମଚାରୀ ନବଙ୍କ ଘର ସାମନାରେ ଜାଲ ବସାଇ ମାଙ୍କଡ଼କୁ କାବୁ କରିଥିଲେ। ମାଙ୍କଡ଼ ଧରିବା ସମୟରେ ନବ ଦଳେଇଙ୍କ ଘରେ ଥିବା ବହୁ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଏହି ମାଙ୍କଡ଼ କାମୁଡ଼ାରେ ଆହତ ବ୍ୟକ୍ତିଙ୍କ ସମେତ ନବଙ୍କ ଘରେ ହୋଇଥିବା କ୍ଷତି ପାଇଁ ସହାୟତା ଦେବାକୁ ଡାଳିଯୋଡ଼ା ବନଖଣ୍ଡ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe