ଭୁବନେଶ୍ୱର : ଆଜି ସକାଳେ ବେଲପାହାଡ଼ଠାରେ ଏକ ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପ୍ରଥମେ ଦୁଇ ଓଏସ୍ଏପି ଯବାନ ପ୍ରାଣ ହରାଇଥିବା ବେଳେ ଏବେ ଆଉ ଜଣେ ଓଏସ୍ଏପି ଯବାନ ଚିକିତ୍ସାଧୀନ ଅବସ୍ଥାରେ ଭିମସାର ଡ଼ାକ୍ତରଖାନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦୁଇ ଓଏସ୍ଏପି ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଯବାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଓଏସ୍ଏପି ଯବାନ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।
/sambad/media/post_attachments/wp-content/uploads/2019/03/VIMSAR-300x200.jpg)
ସୂଚନା ମୁତାବକ, ସକାଳ ୬ଟା ୩୦ମିନିଟ୍ରେ ବେଲପାହାଡ଼ର ୪୯ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ନିକଟରେ ଏକ ପୁଲିସ ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ପ୍ରାୟ ୨୪ଜଣ ପୁଲିସକର୍ମୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ଜଣେ ଓଏସ୍ଏପି ଯବାନ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
Follow Us