ଲମତାପୁଟ : ସେଲଫି ପାଇଁ ଜୀବନ ଗଲା। ସାମାନ୍ୟ ଅନ୍ୟମନସ୍କ ହେତୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ସ୍ଥିତ ଡୁଡୁମା ଜଳ ପ୍ରପାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ଅଞ୍ଚଳର ଇବ୍ରାହିମ (୨୭) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ପିକ୍ନିକ କରିବା ପାଇଁ ୬ଜଣ ଯୁବକ ଆଜି ସକାଳେ ଡୁଡୁମା ଜଳ ପ୍ରପାତ ନିକଟକୁ ଆସିଥିଲେ। ଡୁଡୁମାର ସୌନ୍ଦର୍ଯ୍ୟ ଦେଖିବାକୁ ଜଳ ପ୍ରପାତ ତଳକୁ ଯାଇଥିଲେ। ପାଣି ସ୍ରୋତରେ ସେଲଫି ଉଠାଇବାକୁ ଯୁବକମାନେ ପ୍ରସ୍ତୁତ ହେଉଥିବା ବେଳେ ଇବ୍ରାହିମର ଗୋଡ଼ ଖସିଯାଇଥିଲା। ଫଳରେ ଗଭୀର ପାଣିରେ ଖସି ପଡ଼ିଥିଲା। ସାଥୀମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା।
ଡୁଡୁମା ଜଳପ୍ରପାତରେ ପଡ଼ି ଯୁବକଙ୍କ ମୃତ୍ୟୁ
Advertisment
Follow Us