୧୩ ଆଦିବାସୀ ବହୁଳ ଜିଲ୍ଲାରେ ଲକ୍ଷେ ଲୋକଙ୍କୁ କରୋନା ସଂକ୍ରମଣ

Advertisment
୧୩ ଆଦିବାସୀ ବହୁଳ ଜିଲ୍ଲାରେ ଲକ୍ଷେ ଲୋକଙ୍କୁ କରୋନା ସଂକ୍ରମଣ

ଭୁବନେଶ୍ବର : ୨୩.୨.୨୦୨୧ ସୁଦ୍ଧା ରାଜ୍ୟରେ ମୋଟ୍‌ ୩,୨୮,୪୩୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତାହା ମଧ୍ୟରୁ ଅନୁସୂଚିତ ଜନଜାତି ବହୁଳ ୧୩ଟି ଜିଲ୍ଲାରେ ମୋଟ୍‌ ୧,୦୫,୪୮୦ ଜଣ ସଂକ୍ରମିତ ହୋଇଥିଲେ। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଲୋକମାନେ ବସବାସ କରୁଥିବା ଅଞ୍ଚଳରେ କରୋନା ସଂକ୍ରମଣ ନଗଣ୍ୟ ଥିବାର କାରଣ ସମ୍ପର୍କରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ଦୁର୍ଗମ ହୋଇଥିବାରୁ ଜନସାଧାରଣଙ୍କ ଦ୍ବାରା କର୍ମ ସଂସ୍ପର୍ଶରେ ଆସନ୍ତି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ନିଜ ଅଞ୍ଚଳରେ କୋଭିଡ୍‌ ନିୟମାବଳୀ ଠିକ୍ ଭାବେ ପାଳନ କରିଛନ୍ତି। ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ନିୟମିତ ଭାବେ ସଚେତନତା ଅଭିଯାନ ସୁଚାରୁରୂପେ ପାଳନ ହୋଇଛି।

କୋଭିଡ୍‌ ପାଇଁ ଅନୁସୂଚିତ ଜନଜାତିଙ୍କୁ ସ୍ବତନ୍ତ୍ର ସହାୟତା ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମିସନ ଜୀବିକା ଅନ୍ତର୍ଗତ ୭୦୦ଟି କୃଷି ଓ ଅଣକୃଷି ଭିତ୍ତିକ ପ୍ରୋତ୍ସାହନ କେନ୍ଦ୍ର ଦ୍ବାରା ୫୫,୨୯୨ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଅନୁସୂଚିତ ଜନଜାତିଙ୍କ ଠାରୁ ୩୦.୩୨ କୋଟି ଟଙ୍କା ମୂଲ୍ୟର ଲଘୁ ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ଟିଡିସିସି ଦ୍ବାରା କ୍ରୟ କରାଯାଇଛି। ଏହି ସମ୍ପ୍ରଦାୟର ଲୋକଙ୍କ ଦକ୍ଷତା ବିକାଶ ନିମନ୍ତେ ୪୩ଟି କ୍ଷେତ୍ରରେ ୭,୫୬୦ ହିତାଧିକାରୀଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe