ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା: ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଲୋକ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
accident

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଲୋକ ଗୁରୁତର ହୋଇଛନ୍ତି।

ଘଟଣାରୁ ଜଣାଯାଏ ଏକ ଆଇରନ ବୋଝେଇ ଟ୍ରକ୍‌ ଘାଟିରୁ ଓହ୍ଲାଉ ଥିବା ବେଳେ ଉପରକୁ ଉଠୁଥିବା ଏକ ଖାଲି ଟ୍ରକ ସହିତ ଧକ୍କା ହୋଇଥିଲା। ଧକ୍କା ହେବାରୁ ଆଇରନ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଟ୍ରକ୍‌ରେ ଥିବା ଦୁଇ ଜଣଙ୍କ  ମଧ୍ୟରୁ ଜଣେ ପଥରରେ ବାଡ଼େଇ ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି।

୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଠାରେ ରାସ୍ତାର ଗତିପତି ସଂପର୍କରେ ବାହାର ରାଜ୍ୟର ଚାଳକମାନେ ଜାଣିପାରୁ ନଥିବାରୁ ଏଭଳ ଅଘଟଣ ଘଟୁଥିବା କୁହାଯାଉଛି। 

ଆଇନର ବୋଝେଇ ଟ୍ରକ୍‌ କେଉଁଝରରୁ କୋଲକାତା ଯାଉଥିବା ବେଳେ ଘାଟି ଓହ୍ଲାଇବାର ଶେଷ ବାଙ୍କୁଣୀରେ ଏକ ଖାଲି ଟ୍ରକ୍‌କୁ ଧକ୍କା ଦେଇ ୫୦ ଫୁଟ ପୋଲ ତଳକୁ ଖସି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଟ୍ରକ୍‌ର ଖଲାସୀ ଏସ୍‌କେ ନୁରୁ ଆଲ୍ଲାମ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଇଜାଦୁଲ ସାହା ଗୁରୁତର ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe