ଡିଜେ ଓ ବାଣ ଶବ୍ଦ ନେଲା ଜୀବନ; ଥାନା ଘେରିଲେ ଲୋକେ

ଡିଜେ ଓ ବାଣ ଶବ୍ଦ ନେଲା ଜୀବନ; ଥାନା ଘେରିଲେ ଲୋକେ

ରାଉରକେଲା: ଦେବାଦେବୀଙ୍କ ଭଷାଣି ଉତ୍ସବରେ ଡିଜେର ବିକଟାଳ ଶବ୍ଦ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି। ସ୍ଥାନୀୟ ଲୋକଙ୍କ ବିରୋଧ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ବେ ପୂଜାକମିଟିଗୁଡ଼ିକୁ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଆଜି ଡିଜେ ଓ ବାଣ ଶବ୍ଦରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ଏସ୍‌ଟିଆଇର ଚା’ ଦୋକାନୀ ପ୍ରେମନାଥ ବାରଭାୟା (୫୦)। ରଘୁନାଥପାଲୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ପଠାଇଛି। ପ୍ରତିବାଦରେ ଏସ୍‌ଟିଆଇ ଓ ଏହାର ପାଖବସ୍ତିର ଶତାଧିକ ଲୋକ ରଘୁନାଥପାଲୀ ଥାନା‌ ଘେରାଉ କରିଥିଲେ। ଡିଜେକୁ ଜବତ କରିବା ସହ ଆୟୋଜକ ପୂଜାକମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଥିଲେ। ପୁଲିସ ଡିଜେକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନାମୁତାବକ ଗତକାଲି ଏସ୍‌ଟିଆଇ ଛକସ୍ଥ ଗଣେଶ ମାର୍କେଟ ପକ୍ଷରୁ ସରସ୍ବତୀ ପୂଜା ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜକ କମିଟି ଭଦ୍ରକରୁ ଏକ ଡିଜେ ଭଡ଼ାରେ ଆଣିଥିଲେ। ରାତିରେ ଭଷାଣୀ ଉତ୍ସବ ଏସ୍‌ଟିଆଇ ଛକଦେଇ ବାହାରିଥିଲା। ଏସ୍‌ଟିଆଇ ଛକ ନିକଟରେ ଡିଜେର ବିକଟାଳ ଓ ବାଣଫୁଟା ଶବ୍ଦରେ ପ୍ରେମନାଥ ଗୁରୁତର ହୋଇପଡିଥିଲେ। ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe