ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଟୁପଡ଼ା ରାସ୍ତାରେ ସଡ଼କ ଦୁର୍ଘଟଣାରେ ଗଜିନ ଚିନ୍ଦା (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତି ୯ଟାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଇଚ୍ଛାପଡ଼ା ଗାଁର ଗଜିନ କୌଣସି କାମରେ ଖଡ଼ିଆଳ ଆସୁଥିବା ବେଳେ ପୁଟୁପଡ଼ା ଆଳୁ ଗୋଦାମ ଠାରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ମିସନ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଗୋଟିଏ ଛୋଟ ଝିଅ ଓ ସ୍ତ୍ରୀ ଏବେ ବେସାହାରା ହୋଇଯାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ପୁଲିସ ଅଟକ ରଖିଛି। ମୃତ ଗଜିନ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe