ଡଙ୍ଗା ବୁଡ଼ି, ଜଣେ ନିଖୋଜ

Advertisment
ଡଙ୍ଗା ବୁଡ଼ି, ଜଣେ ନିଖୋଜ

ଇବ୍‌ଥର୍ମାଲ : ଡଙ୍ଗାବୁଡ଼ି ଯିବାରୁ ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ତିଲିଆ ପଞ୍ଚାୟତ ଅନ୍ତର୍ଗତ ନୁଆଁପଡ଼ା ଗାଁର ରଘୁମଣି ବିଶ୍ୱାଳ (୪୮) ନିଖୋଜ ହୋଇଯାଇଛନ୍ତି। ରଘୁମଣି ତିଲିଆ ମୌଜାରେ କାମ କରୁଥିବା ଓପିଜିସି ଆସପଣ୍ଡରେ କାମ କରୁଥିବା ବାଲାଜୀ ଠିକା ସଂସ୍ଥାରେ ରାତ୍ରି ଜଗୁଆଳି  ଭାବେ କାମ କରନ୍ତି। ଗତ ସାରାରାତି କାମ କରିବା ପରେ ଶନିବାର ସକାଳୁ ଲୋକନାଥ ପଧାନ (୫୧)ଙ୍କ ସହ ମାଛ ଧରିବାକୁ ହୀରାକୁଦ ଜଳଭଣ୍ଡାରକୁ ଡଙ୍ଗା ନେଇ ଯାଇଥିଲେ। ତେବେ ଡଙ୍ଗାରେ ଖେଳିଥିବା ଜାଲକୁ ତଦାରଖ କରୁଥିବା ବେଳେ ଡଙ୍ଗାର ଏକ ଅଂଶ ଭାଙ୍ଗି ଡଙ୍ଗାଟି ପାଣିରେ ବୁଡ଼ି ଯାଇଥିଲା। ଘଟଣାପରେ ଲୋକନାଥ ପହଁରି କୂଳକୁ ଚାଲି ଆସିଥିବା ବେଳେ ରଘୁମଣି ବୁଡ଼ି ଯାଇଥିବା ଅନୁମାନ କରାଯାଉଛି।  ଇବ୍‌ଥର୍ମାଲ ଅଗ୍ନିଶମ କେନ୍ଦ୍ର, କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପହଞ୍ଚି ଖୋଜାଖୋଜି କରିଥିଲେ ବି ଖବର ଲେଖାଯିବା ପର୍ଯ୍ୟନ୍ତ  ରଘୁମଣିଙ୍କ କୌଣସି ସନ୍ଧାନ ମିଳି ନାହିଁ। ଖବର ପାଇ ତିଲିଆ ସରପଞ୍ଚ ଠଣସୁନ୍ଦର ସାହୁ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe