ଗାଈ ଲାଞ୍ଜ ଧରି  ନଦୀ ପାର୍‌ ବେ‌ଳେ ନିଖୋଜ

ଦେବୀନଦୀରେ ବୁଡ଼ିଗଲେ ୩ ସାଙ୍ଗ

phenomenal.com.ng

ଯାଜପୁରସଦର : ଖରସ୍ରୋତାର ଚିଙ୍ଗୁଡ଼ିଆ ନଦୀ ପାର୍‌ ହେଉଥିବା ସମୟରେ ଜଣେ ବ୍ୟକ୍ତି ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ବୋଦୁଅ ପଞ୍ଚାୟତ ଏରଡ଼ା ଗ୍ରାମର ଶୁକଦେବ ମଲ୍ଲିକ (୪୫)।

ସୋମବାର ସକାଳେ ଶୁକଦେବ ଗାଈ ଲାଞ୍ଜ ଧରି ନଦୀ ପାର୍‌ ହେଉଥିଲେ। ଗାଈଟି ପାରି ହୋଇଯାଇଥିବାବେଳେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ନଦୀକୂଳରେ ଛିଡ଼ା ହୋଇଥିବା ଦୁଇଜଣ ମହିଳା ଶୁକଦେବ ବୁଡ଼ି ଯାଉଥିବାର ଦେଖି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗ୍ରାମରୁ କିଛିଲୋକ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶୁକଦେବଙ୍କୁ ପାଇନଥିଲେ। ସେପଟେ ବରୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଏ ପର୍ଯ୍ୟନ୍ତ ସନ୍ଧାନ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe