ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ମାସେ ବଢ଼ିଲା ଅବଧି

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲା; ମାସେ ବଢ଼ିଲା ଅବଧି

କଟକ: ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପଡ଼ିଛି।  ଆଜି ୧, ୨, ୩, ୪ ଶେଷ ନମ୍ୱର୍ ପାଇଁ ଅନ୍ତିମ ତାରିଖ ଥିବା ବେଳେ ସମୟ ସୀମା ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି କରାଯାଇଛି।

ଏବେ ବୁକିଂ ପାଇଁ ପ୍ରତିଦିନ ୫୭ହଜାର ସ୍ଲଟ୍‌ ଉପଲବ୍ଧ ହେବ। ଵୁକିଂ କରିଥିଲେ ନୂଆ ନମ୍ୱର୍ ପ୍ଲେଟ ଲାଗି ନଥିଲେ ବି ଜରିମାନା ଆଦାୟ ହେବ ନାହିଁ ବୋଲି ସରକାର ଅବଗତ କରାଇବା ପରେ ହାଇକୋର୍ଟଙ୍କ ଶୁଣାଣିରେ ଅନ୍ତଃ ଘଟିଛି। କିଛି ସମସ୍ୟା ହେଲେ ପୁଣି ଆବେଦନକାରୀ ମାମଲା କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ପୂର୍ବରୁ ପରିବହନ ବିଭାଗ ତରଫରୁ ଦର୍ଶାଯାଇଥିଲା ଯେ ନଭେମ୍ବର ୨୦ ସୁଦ୍ଧା ପ୍ରାୟ ୩୫ ଲକ୍ଷ ୯୨୭ ଗାଡ଼ି ଏଚ୍‌ଏସ୍‌ଆର୍‌ପି ପାଇଁ ପଞ୍ଜୀକରଣ କରିଛନ୍ତି। ଏଚ୍‌ଏସ୍‌ଆର୍‌ପି ସ୍ଲଟ୍ ବୁକିଂରେ କୌଣସି ଅସୁବିଧା ନାହିଁ। ପ୍ରଥମ ପର୍ଯ୍ୟାୟର ନିର୍ଦ୍ଦିଷ୍ଟ ଶେଷ ନମ୍ବର ଥିବା ଗାଡ଼ିଗୁଡିକର ଶେଷ ତାରିଖ ନଭେମ୍ବର ୩୦ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨ ମସିହା ମେ ୨୬ ତାରିଖରେ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ସଂପର୍କିତ ନିର୍ଦ୍ଦେଶନାମା ସରକାର ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe