ଚିକିତ୍ସା ପାଇଁ ମାସକର ଶିଶୁକୁ ଚେଙ୍କ

Advertisment
ଚିକିତ୍ସା ପାଇଁ ମାସକର ଶିଶୁକୁ ଚେଙ୍କ

ଖୁଣ୍ଟା/ଉଦଳା-୧/କୁଆମରା : ଯେତେ ସଚେତନ କଲେ ବି ଅନ୍ଧବିଶ୍ବାସର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ଯାଉଛନ୍ତି ମୟୂରଭଞ୍ଜର ବନବାସୀ। ଡାଆଣୀ, ଝଡ଼ାଫୁଙ୍କା, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଯୋଗୁଁ ବହୁ ଜୀବନ ଅକାଳରେ ଯାଉଛି। ତଥାପି ଲୋକଙ୍କ ମାନସିକତାରେ କିଛି ପରିବର୍ତ୍ତନ ହେଉନି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ଥାନା କରକଚିଆ ପଞ୍ଚାୟତ ଟିକରପଡ଼ା ଗ୍ରାମରେ। ପରିବାରର ଅନ୍ଧବିଶ୍ବାସ ଯୋଗୁଁ ମାସକର ଶିଶୁକନ୍ୟାକୁ ଗରମ ଚେଙ୍କର ଦାରୁଣ କଷ୍ଟ ଭୋଗିବାକୁ ପଡିଛି।

ଟିକରପଡ଼ା ଗ୍ରାମର ମୁଚିରାମ ମୁର୍ମୁଙ୍କ ମାସକର ଶିଶୁକନ୍ୟାର ପେଟ ବ୍ୟଥା ହୋଇଥିଲା। ରୋଗ ଉମଶମ ପାଇଁ ଶିଶୁକନ୍ୟାର ମାମୁ ଝିଅଟିର ପେଟରେ ଗରମ ଚେଙ୍କ ଦେଇଥିଲେ। ତେବେ ଶିଶୁଟି ଗତ ବୁଧବାର ଦିନ ଅସୁସ୍ଥ ହୋଇପଡ଼ିବା ପରେ ପରିବାର ଲୋକେ ତାକୁ ଆଣି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ବେଳେ ହିଁ ଚେଙ୍କ ଘଟଣା ଲୋକଲୋଚନକୁ ଆସିଥିଲା। ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଶିଶୁରୋଗ ବିଶେଷଜ୍ଞ ଡା. ଲକ୍ଷ୍ମୀକାନ୍ତ ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe