ଖରସ୍ରୋତାରେ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଷଷ୍ଠଜଣଙ୍କର ମୃତଦେହ ଉଦ୍ଧାର

Advertisment
ଖରସ୍ରୋତାରେ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଷଷ୍ଠଜଣଙ୍କର ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି। ଆଜି ଶେଷରେ ବିଶ୍ୱଜିତ୍ ଜେନା (ବବୁଲ)ଙ୍କୁ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଖରସ୍ରୋତାରେ ଗାଧୋଇବା ବେଳେ ବୁଡ଼ି ଯାଇ ୬ ଜଣ ନିଖୋଜ ଥିଲେ।

ସୂଚନାଯୋଗ୍ୟ, ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ହୋଲି ଖେଳି ସାରି ୭ ଜଣ ପିଲା ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ନଦୀର ସ୍ରୋତ ପ୍ରଖର ଥିବାରୁ ପିଲାମାନେ ଭାସିଯାଇଥିଲେ। ସୂଚନା ପାଇ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛିଥିଲା। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା।

ଖରସ୍ରୋତା ନଦୀରେ ଗତକାଲି ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଗତକାଲି ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୨୪ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିବା ବେଳେ ଚତୁର୍ଥ ମୃତଦେହ ଉଦ୍ଧାର ହୋଇଥିଲା। ଅଗ୍ନିଶମ ବାହିନୀକୁ ଗତକାଲି ସକାଳୁ କ୍ରିଷ୍ଣା ଜେନାଙ୍କର ମୃତଦେହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃତଦେହ ମିଳିଥିଲା। ଏହା ପୂର୍ବରୁ ଶୁଭମ ଜେନା ଓ ସୁବ୍ରତ ଜେନାଙ୍କର ମୃତଦେହ ପୂର୍ବଦିନ ମିଳିଥିଲା। ତେବେ ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe