ଏସ୍‌ସିବିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ, ସାଲେପୁରର ଯୁବକ ଆସିଥିଲେ ଅହମ୍ମଦାବାଦରୁ

ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା

image source-scbmch.nic.in

କଟକ: କଟକ ବଡ ମେଡିକାଲ (ଏସ୍‌ସିବି) ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ରହିଥିବା ଜଣେ ଯୁବକ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମେ ୧୭ ତାରିଖ ଦିନ ସାଲେପୁର ଅଞ୍ଚଳର ୩୯ ବର୍ଷର ଏହି ଯୁବକ ଜଣକ ଗୁଜରାଟର ଅହମ୍ମଦାବାଦରୁ ଫେରିବା ପରେ ନରଦା ପଂଚାୟତ ଟିଏମସିରେ ରହିଥିଲେ। କିନ୍ତୁ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗଲା ୧୯ ତାରିଖରେ କଟକ ବଡ଼ ମେଡିକାଲର ସ୍ବତନ୍ତ୍ର ଆଇସୋଲେସନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ମେ ୨୦ ତାରିଖ ଦିନ ତାଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସିଡିଏ ସେକ୍ଟର-୬ ସ୍ଥିତ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଏଯାଏ କଟକ ବଡ଼ ମେଡିକାଲରୁ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ଗଲା ୧୯ ତାରିଖରେ ସ୍ତ୍ରୀ ଓ ପ୍ରସୂତି ରୋଗ ୱାର୍ଡରେ ଭର୍ତ୍ତି ହୋଇଥିବା ପୁରୀର ଜଣେ ମହିଳା କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ସେ ବି ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସଂପୃକ୍ତ ମହିଳାଙ୍କ ଚିକିତ୍ସା ଓ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ କର୍ମଚାରୀଙ୍କୁ କ୍ବାରାଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଆଜି ଚିହ୍ନଟ ହୋଇଥିବା ସାଲେପୁରର ଯୁବକ ଆଇସୋଲେସନ ୱାର୍ଡରେ ରହୁଥିବାରୁ ସେ ଏସସିବିରେ କାହା ସଂସ୍ପର୍ଶରେ ଆସି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe