ଛାତ୍ରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌: ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି, ରାସ୍ତା ଅବରୋଧ ସହ ଉତ୍ତେଜନା ଜାରି

ଛାତ୍ରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌: ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି, ରାସ୍ତା ଅବରୋଧ ସହ ଉତ୍ତେଜନା ଜାରି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବିନିକା ରାସ୍ତାର ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଆଜି ପୂର୍ବାହ୍‌ଣରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚି। ବୁର୍ଲା ସ୍ଥାନାନ୍ତରିତ ସମୟରେ ରାଜେଶର ମୃତ୍ୟୁ ଘଟିଛି। ରାଜେଶ ମଧ୍ୟ ରାଜା ପେରା ଓ ସୁବ୍ରତ ‌ଭୋଇଙ୍କ ଭଳି ଷଷ୍ଠ ଶ୍ରେଣୀର ଛାତ୍ର ଥିଲା। ଅନ୍ୟ ଜଣେ ଛାତ୍ରକୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ସୋନପୁର ଥାନା ଅନ୍ତର୍ଗତ ଅର୍ଜୁନପୁର ପଟରୁ ବିନିକା ଅଭିମୁଖେ ଏକ କାର (ଓଡି୩୧-୬୧୯୧) ଦ୍ରୁତଗତିରେ ଯାଉଥିଲା। ଚାଳକ ଜଣକ ବେପାରୁଆ ଭାବେ କାର୍‌ ଚଳାଉଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଶରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ନିକଟରେ ପିଲାମାନେ ଯେତେବେଳେ ପରୀକ୍ଷା ଦେଇ ଘରକୁ ବାହାରୁଥିଲେ, ଏହି ସମୟରେ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥି‌ଲା। ଫଳରେ ମୋଟ୍‌ ୪ ଜଣ ଛାତ୍ର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ଓ ଆହତ ଛାତ୍ରମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ରାଜା ପେରା ଓ ସୁବ୍ରତ ଭୋଇଙ୍କୁ ଡାକ୍ତର ମୃତ ‌ଘୋଷଣା କରିଥିଲେ। ଗରୁତର ଅବସ୍ଥାରେ ରାଜେଶକୁ ବୁର୍ଲା ସ୍ଥାନାନ୍ତିରତ କରାଯାଇଥିଲା। ବାଟରେ ରାଜେଶଙ୍କ ମୃତ୍ୟ ଘଟିଥିଲା। ଅନ୍ୟ ଜଣେ ଆହତ କପିଳ ଭୁଏ(ଅଷ୍ଟମ ଶ୍ରେଣୀ)କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଛି।

ତେବେ ଏହି ଦୁର୍ଘଟଣା ପରେ ଶରଧାପାଲି ଗାଁ ଲୋକେ କାର ଡ୍ରାଇଭରକୁ ଅଟକ ରଖି ସୋନପୁର ପୁଲିସ ନିକଟରେ ଜିମା ଦେଇଛନ୍ତି। ‌ରିପୋର୍ଟ ଲେଖାଯିବା ବେଳକୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ ଦାବି ସହିତ ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋନପୁର ଏସ୍‌ପି ଅମରେଶ ପଣ୍ଡା ଓ ଉପଜିଲ୍ଲାପାଳ ଡ. ଇପସିତା ପ୍ରିୟଦର୍ଶିନୀ ମିଶ୍ର ଘଟଣାସ୍ଥଳରେ ପହଞ୍ଛି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe