ସୁସ୍ଥ ହେବା ପରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରୁ ଆସି ଓଡ଼ିଶାରେ ଚିକିତ୍ସିତ ହେଉଥିଲେ ୭୦ବର୍ଷୀୟ ରୋଗୀ

Advertisment

୪୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

୪୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

ସୁସ୍ଥ ହେବା ପରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରୁ ଆସି ଓଡ଼ିଶାରେ ଚିକିତ୍ସିତ ହେଉଥିଲେ ୭୦ବର୍ଷୀୟ ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ କରୋନାରୁ ସୁସ୍ଥ ହେବା ପରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳର ଓ ସେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ହେତୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିବାରୁ ଆଜି ସକାଳେ ମୃତ୍ୟୁ ଘଟିଛି। କ୍ୟାନସରରେ ପୀଡ଼ିତ ଏହି ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ,  ଏହି ରୋଗୀଙ୍କର ମୃତ୍ୟୁ କ୍ୟାନସରରେ ହୋଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା ସ୍ପଷ୍ଟ କରିଛନ୍ତି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ରେ ସୀମିତ ରହିଛି।

ରାଜ୍ୟର ୪୪ ତମ ଆକ୍ରାନ୍ତ ବ୍ୟକ୍ତି ପଶ୍ଚିମବଙ୍ଗରୁ ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ସେ ସୁସ୍ଥ ହୋଇଥିଲେ । ତାଙ୍କର କ୍ରମାଗତ ଭାବେ ଦୁଇ ଥର ନମୁନା ପରୀକ୍ଷା ହୋଇଥିଲା ଓ ସେ କରୋନା ନେଗେଟିଭ୍ ବୋଲି ସ୍ପଷ୍ଟ ହୋଇଥିଲା।  ମାତ୍ର ସେ କର୍କଟ ରୋଗରେ ମଧ୍ୟ ପୀଡ଼ିତ ଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ନ ଥିଲା । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯେହେତୁ ସେ କରୋନାରେ ମୃତ୍ୟୁବରଣ କରିନାହାନ୍ତି ତେଣୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ରେ ଅପରିବର୍ତ୍ତିତ ରହିଛି। ଏବେ ୪୯ ଜଣ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe