ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଛନ୍ତି ଡାବୁଗାଁର ଶ୍ରମିକ, ଘଣ୍ଟାଏ ପୂର୍ବରୁ ଅଳ୍ପକେ ବର୍ତ୍ତି ଥିଲେ ୫ ଜଣ

Advertisment
ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଛନ୍ତି ଡାବୁଗାଁର ଶ୍ରମିକ, ଘଣ୍ଟାଏ ପୂର୍ବରୁ ଅଳ୍ପକେ ବର୍ତ୍ତି ଥିଲେ ୫ ଜଣ

ଡାବୁଗାଁ:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ସୁଡ଼ଙ୍ଗ ଭିତରେ ଗତ ତିନି ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଗତ ୧୨ ତାରିଖ (ରବିବାର) ଦିନ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବାରୁ ଫସି ରହିଥିବା ଶ୍ରମିକଙ୍କ  ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତାଲବେଡା ଗ୍ରାମର ଜଣେ ଶ୍ରମିକ ଅଛନ୍ତି। ଶ୍ରମିକ ଜଣକ ତାଲବେଡା ଗ୍ରାମର ଜଳଧର ଭତରାଙ୍କ ପୁଅ ଭଗବାନ ଭତରା (୨୮) ବୋଲି ଜଣା ପଡିଛି।

ଭଗବାନ ଭତରା ଉତ୍ତରକାଶୀ ଟନେଲ ମଧ୍ୟରେ ଫସି ରହିଥିଲେ ସୁଦ୍ଧା ତାଲବେଡ଼ାରେ ଥିବା ପରିବାର ଲୋକେ କିଛି ଜାଣି ନ ଥିଲେ। ତେବେ ମିଡିଆ ଓ ନିକଟ ଲୋକଙ୍କ ଠାରୁ ଏହା ଶୁଣିବା ପରେ ସୁଡ଼ଙ୍ଗ ମଧ୍ୟରୁ ଭଗବାନ କିପରି ସୁରକ୍ଷିତ ଉଦ୍ଧାର ହୋଇ ନିଜ ଗ୍ରାମକୁ ଫେରିବେ ସେନେଇ ପରିବାର‌ ଲୋକେ ଚିନ୍ତିତ ଅଛନ୍ତି।

ସୂଚନାଯୋଗ୍ୟ ଭଗବାନ ଭତରା ଗତ ଦେଢ଼ ବର୍ଷ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ବାପା ଜଳଧର ମାନସିକ ବିକୃତ ଥିବା ବେଳେ ମା ପିଲାଟି ଦିନରୁ ଆର ପାରିକୁ ଚାଲି ଯାଇଛନ୍ତି। ୪ ଭାଇ ମଧ୍ୟରୁ ଭଗବାନ ଓ କର୍ଫୁଲ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଅନ୍ୟ ଦୁଇ ଭାଇ ଗ୍ରାମରେ ରହିଛନ୍ତି। ଭଗବାନ ଭତରା ଆନ୍ଧ୍ର ପ୍ରଦେଶର ନବୟୁଗା ଇଞ୍ଜିନିୟର କମ୍ପାନି ତରଫରୁ ଗତ ଏକ ବର୍ଷ ହେଲା ଚୁକ୍ତିରେ ଉତ୍ତରକାଶୀରେ ହେଲପର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ତା ସହିତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ପରାସ ଧନୁଆର ୫ ଜଣ ସେଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସୁଡ଼ଙ୍ଗ ଧସିଯିବା ଏକ ଘଣ୍ଟା ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ପାରସ ଧନୁଆର ଅନ୍ୟ ୫ ଜଣ ଶ୍ରମିକ ବାହାରକୁ ବାହାରି ପଡ଼ିଥିଲେ ଏବଂ ଟନେଲରେ ଫସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe