ଦାଦାନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ ଓଡ଼ିଆ ଶ୍ରମିକ, ‌ଷ୍ଟେସନରେ କାମ କରୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌

Advertisment
ସର୍ପାଘାତରେ ନାବାଳିକା ମୃତ

ରାୟଗଡା: ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକର ଅକାଳ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ହେଲେ ରାୟଗଡା ବ୍ଲକର କୋତ୍ତପେଟ ପଂଚାୟତର କୁଳୁଜିଂ ଗ୍ରାମର ମହେଶ ନାଚିକା(୨୫)। ଆନ୍ଧ୍ରର ଏକ ନିର୍ମାଣଧୀନ କମ୍ପାନି ମହେଶ୍ୱକୁ କିଛି ମାସ ତଳେ ଅଧିକ ଟଙ୍କାର ଲୋଭ ଦେଖାଇ କାମ କରିବା ପାଇଁ ଡାକି ନେଇଥିଲା।ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟରେ ଇପୁରପାଳମ ଷ୍ଟେସନରେ କାମ କରୁଥିବା ବେଳେ ମହେଶକୁ ରେଳ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହେଶଙ୍କ ମୃତ୍ୟୁ ହୋଇଯାଇଥିଲା।

ପରିବାର ଲୋକେ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହେଶଙ୍କ ନିଜ ଗ୍ରାମ କୁଳୁଜିଂରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ପାଇଁ କମ୍ପାନୀ ନିକଟରେ ଦାବି କରିଛନ୍ତି। କେବଳ ମହେଶ ନୁହଁ। ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଅନେକ ଓଡ଼ିଆ ଲୋକ ମୃତ୍ୟୁବରଣ କରୁଛନ୍ତି। ଏହାର ହିସାବ ଜିଲ୍ଲା ଶ୍ରମ ବିଭାଗ ନିକଟରେ ନାହିଁ। ତେଣୁ ଶ୍ରମ ବିଭାଗ ହସ୍ତକ୍ଷେପ କରି କମ୍ପାନି ଠାରୁ ଏବଂ ରାଜ୍ୟ ସରକାରଙ୍କ ଠାରୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ଭାରତୀୟ ମଜଦୂର ସଂଘର ଶ୍ରମିକ ନେତା ଅରୁଣ କୁମାର ଲେଙ୍କା ଦାବି କରିଛନ୍ତି। ପ୍ରକାଶ ଥାଉକି ମହେଶ ଜଣେ ମାତ୍ର ରୋଜଗରିଆ ବ୍ୟକ୍ତି ଥିଲେ ପରିବାରର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe